ବାରମାସର ତେର ପର୍ବ ପାଳିତ ହେଉଥିବା ଓଡ଼ିଶାରେ ରଜ ହେଉଛି ଏକ ନିଆରା ପର୍ବ । ରଜପର୍ବ ଚାରି ଦିନ ଧରି ପାଳନ କରାଯାଏ । ରଜର ପୂର୍ବ ଦିନକୁ ମାସନ୍ତ ବା ସଜବାଜ ଓ ପ୍ରଥମ ଦିନକୁ ପହିଲି ରଜ, ମଝି ଦିନ ଟିକୁ ରଜ ସଂକ୍ରାନ୍ତି, ଶେଷ ରଜ ର ଦିନ ଟିକୁ ବସୁମତୀ ସ୍ନାନ ବା ବାସି ରଜ କୁହାଯାଏ । ବୃଷମାସର ଶେଷଦିନ ପହିଲି ରଜ, ମିଥୁନ ମାସର ପ୍ରଥମ ଦିନ ରଜ ସଙ୍କ୍ରାନ୍ତି ପଡିଥାଏ ।
ଏହି ପର୍ବ କୁ ରଜ ପର୍ବ କାହିଁକି କୁହାଯାଏ ?
ଗ୍ରୀଷ୍ମର ପ୍ରଚଣ୍ଡ ରୌଦ୍ରତାପରେ ଉତ୍ତପ୍ତ ଥିବା ପୃଥିବୀ ପୃଷ୍ଠରେ ଆଦ୍ୟ ଆଷାଢ଼ର ପ୍ରଥମ ବାରିଧାରା ପଡ଼ିବା ଫଳରେ ଏକ ବାଷ୍ପଧର୍ମୀ ତରଳ ପଦାର୍ଥ ନିର୍ଗତ ହୁଏ ବୋଲି କୁହାଯାଏ, ଯାହାକୁ ରଜ ନାମରେ ଅଭିହିତ କରାଯାଇଛି। ଏହି ରଜ ପୃଥିବୀକୁ ଉତ୍ପାଦନକ୍ଷମ କରି ଶସ୍ୟଶ୍ୟାମଳା କରାଏ ବୋଲି ବିଶ୍ବାସ ରହିଛି। ଏଥି ପାଇଁ ଅମେ ପ୍ରତି ବର୍ଷ ଏହି ରଜ ପର୍ବ କୁ ପାଳନ କରିଥାଉ ।
Download High Quality Rajo Festival E-greetings Cards click here
ଓଡ଼ିଆ ମାନେ ରଜ ପର୍ବ କୁ ଏକ ବଡ ପର୍ବ ବୋଲି କାହିଁକି ମାନନ୍ତି ?
ଓଡ଼ିଶା ଏଜ କୃଷିବହୁଳ ରାଜ୍ୟ ଏବଂ ଏଠାରେ କୃଷକମାନେ ଚାଷ ପାଇଁ ମୁଖ୍ୟତଃ ମୌସୁମୀ ବର୍ଷା ଉପରେ ନିର୍ଭର କରିଥାନ୍ତି। ସାଧାରଣ ଭାବେ ଆମ ରାଜ୍ୟରେ ରଜ ସମୟରେ ହିଁ ମୌସୁମୀ ବର୍ଷା ଆରମ୍ଭ ହୋଇଥାଏ। ତେଣୁ ରଜ ପୂର୍ବରୁ ହଳକରି ବୁଣାବୁଣି କାର୍ଯ୍ୟରେ କ୍ଲାନ୍ତ ହୋଇପଡ଼ିଥିବା ଚାଷୀମାନେ ଏହି ଅବସରରେ ବିଶ୍ରାମ ନେଇ ମଉଜ କରିବା ସହ ପରବର୍ତ୍ତୀ କୃଷିକର୍ମ ପାଇଁ ନିଜକୁ ପ୍ରସ୍ତୁତ କରନ୍ତି। ଏହି ଅବସରରେ ଗାଁ ଗହଳରେ ବୁଢ଼ାବୁଢ଼ୀମାନେ ତାସ୍, ଲୁଡ଼ୁ ଆଦି ଖେଳୁଥିବାବେଳେ ଯୁବକମାନେ କବାଡ଼ି, ବାଗୁଡ଼ି, ଫୁଟବଲ୍, କୁସ୍ତି କସରତ ଆଦି ଖେଳର ମଜା ନିଅନ୍ତି। ସନ୍ଧ୍ୟାରେ ପାଲା, ଦାସକାଠିଆ, ନାଟକ ଆଦି ମଞ୍ଚସ୍ଥ ହୋଇଥାଏ। ସ୍ବାସ୍ଥ୍ୟ ବିଜ୍ଞାନ ମୁତାବକ ରଜସ୍ବଳା ସମୟରେ ଶରୀରକୁ ଅଧିକ ବିଶ୍ରାମ ସହିତ ମନ ପ୍ରଫୁଲ୍ଲ ରହିବା ଆବଶ୍ୟକ। ତେଣୁ ଝିଅବୋହୂମାନେ ଏହି ସମୟରେ ଗୃହକର୍ମରୁ ଅବସର ନେଇ ହସଖୁସିରେ ଦିନ କାଟନ୍ତି।
ରଜ ପର୍ବ ରେ ପିଠା ଓ ପାନ ଭଳି ଖାଦ୍ୟ ର ବହୁଳ ବ୍ୟବହାର କାହିଁକି ହୋଇଥାଏ ?
ଏହି ସମୟରେ ଭାତରୁ ଅଧିକ ଅମ୍ଳରସ ସୃଷ୍ଟି ହେଉଥିବାରୁ ତା’ ବଦଳରେ ପିଠା, ଫଳମୂଳ ଓ ପାନ କୁ ମୁଖ୍ୟ ଖାଦ୍ୟ ରୁପେ ବ୍ୟବହାର କରା ଯାଇଥାଏ ।
ରଜ ପର୍ବ ରେ କେବଳ ଝିଅ ମାନେ ନୁଆ ପୋଷକ ପିନ୍ଧିଥାନ୍ତି, ଏପରି କାହିଁକି ?
ରଜ ଓଡ଼ିଶାର ଏକ ବିଶେଷ ପର୍ବ ହେଲେ ହେଁ ଏହା କେବଳ ଝିଅ ଭୁଆସୁଣୀମାନଙ୍କ ପର୍ବ ରୂପେ ପାଳନ କରାଯାଏ । କୁହାଯାଏ ଯେ ରାଜା ଜନକ ହଳ ଯୋଚି ଏକ କନ୍ୟାକୁ ଭୂମିରୁ ପାଇଥିବାରୁ ମିଥିଳାବାସୀ ଏହି ପର୍ବକୁ ନାରୀମାନଙ୍କ ପର୍ବ ରୂପେ ସ୍ୱୀକୃତି ଦେଇଥିଲେ । ଏହା ସହିତ ଧରିତ୍ରୀ ମାତା ନିଜେ ରଜସ୍ରାବିତ ହୋଇ ନିଜ ସନ୍ତାନ ପାଇଁ ଶସ୍ୟ ଉତ୍ପାଦନକ୍ଷମତା ବଢଉ ଥିବାରୁ ଏହି ପର୍ବ କୁ କେବଳ ନାରୀ ମାନଙ୍କୁ ହିଁ ଉତ୍ସର୍ଗିତ ହୋଇଅଛି।
ବସୁମତୀ ସ୍ନାନ କ'ଣ ଅଟେ ?
ଧରିତ୍ରୀ ମାତା ଙ୍କୁ ପୁଜା କରିବାର ଦିନ ହେଉଛି ବସୁମତୀ ସ୍ନାନ। ଭୂମିଦହନ ବା ଶେଷ ରଜର ପରବର୍ତ୍ତୀ ଦିନ ହେଉଛି ବସୁମତୀ ସ୍ନାନ।ପ୍ରତ୍ୟୁଷରେ ନିତ୍ୟକର୍ମ ସାରି ଗୃହିଣୀମାନେ ଗୃହ ସମ୍ମୁଖରେ ଶିଳପୁଆଟିଏ ରଖି ସିନ୍ଦୂର ଲଗାଇ କ୍ଷୀର ଓ ଜଳ ଢାଳି ସ୍ନାନ କରାଇଥାନ୍ତି।ଏହିଦିନ ଗ୍ରାମଦେବୀଙ୍କ ନିକଟକୁ ପ୍ରତ୍ୟେକ ଘରୁ ମାଜଣା ପାଇଁ କଳାଶାଢ଼ି, ସିନ୍ଦୂର, ଶଙ୍ଖା, ଚୁଆ ଆଦି ପଠାଯାଏ। ଦେବୀଙ୍କ ମାଜଣା ପରେ ସେଠାରେ ଖେଚୁଡ଼ି ଭୋଗ ଅର୍ପଣ କରାଯାଏ। ଏହାପରେ ହଳ, ଲଙ୍ଗଳ, ଯୁଆଳି ଓ ବଳଦଙ୍କୁ ପୂଜା କରାଯାଏ।
ରଜ ପର୍ବ ଓଡ଼ିଶା କୁ ଛାଡି ଆଉ କେଉଁଠି ପାଳନ କରାଯାଏ ?
ରଜ ପର୍ବ ଆସାମ, ପଶ୍ଚିମ ବଂଗ ଓ ରାଜସ୍ଥାନ ଭଳି ରାଜ୍ୟ ରେ ପାଳନ କରାଯାଏ । ରଜପର୍ବ ଆସାମରେ ଅମ୍ବୁବାଚି ବା କାମାକ୍ଷାଦେବୀଙ୍କ ରଜପର୍ବ ନାମରେ ଜଣାଯାଏ ଓ ରାଜସ୍ଥାନ ରେ ଏହାକୁ ଡାଜପତ୍ର ବୋଲି କୁହାଯାଏ ।
ରଜ ଗୀତ କ'ଣ ?
ଝିଅମାନେ ଦୋଳି, ପୁଚି, ବୋହୂଚୋରି ଆଦି ଖେଳିବା ସହ ନୂତନ ବସ୍ତ୍ର ପିନ୍ଧି, ଗହଣା, ଅଳତା, ଚନ୍ଦନ ଲଗାଇ ମଉଜ କରନ୍ତି ଏବଂ ବିଭନ୍ନ ପ୍ରକାର ଦୋଳିରେ ଝୁଲି ଝୁଲି ଗାଆନ୍ତି ଗଜଦୋଳି ଗୀତ । ଏହି ଗୀତ କୁ ରଜ ଗୀତ ବା ରଜ ଦୋଳି ଗୀତ ବୋଲି କୁହାଯାଏ।
‘ବନସ୍ତେ ଡାକିଲା ଗଜ
ବରଷକୁ ଥରେ ଆସିଛି ରଜ
ଆସିଛି ରଜ ଲୋ
ଘେନି ନୂଆ ସଜବାଜ....’
ସେହିପରି ଭାଇ ଓ ଭଉଣୀ ମଧ୍ୟରେ ଥିବା ସ୍ନେହ ଓ ଶ୍ରଦ୍ଧାର ନିଦର୍ଶନ ପୂର୍ବକ ଭଉଣୀମାନେ ଦୋଳି ଖେଳି ଗାଇଥାନ୍ତି…
‘ରଜ ଦୋଳି କଟମଟ
ମୋ ଭାଇ ମୁଣ୍ଡରେ ସୁନାମୁକୁଟ
ସୁନାମୁକୁଟ ଲୋ…
ଦିଶୁଥାଏ ଝକଝକ’
ଦିନକୁ ଦିନ ଆଧୁନିକତା ଆମ ଚଳନୀ କୁ ବହୁ ଭାବରେ କବଳିତ କରୁଥିବାରୁ ରଜପର୍ବର ବିଶେଷତ୍ବ ଦିନକୁ ଦିନ କମିବାରେ ଲାଗିଛି । ତେଣୁ ଓଡ଼ିଆ ପଏଣ୍ଟ ପକ୍ଷରୁ ଏହି ତଥ୍ୟ ଭରା ଉପସ୍ଥାପନା ଟିକୁ ଯଥା ସମ୍ଭବ ସେୟାର୍ କରନ୍ତୁ ଏବଂ ସବୁ ଓଡ଼ିଆଙ୍କ ପାଖରେ ପହଚାଁଁନ୍ତୁ ।
V.nice information..thanks odia point
ReplyDeletethanks for your valuable comment
DeleteWe want more information about rajo
ReplyDeletewhat more you want?
DeletePlease help me too more information about rajo
ReplyDelete